Wednesday, September 22, 2021

ପାକିସ୍ତାନ-ତାଲିବାନ ଡ୍ରଗ କାରବାର- ଗୁଜୁରାଟରୁ 21 ହଜାର କୋଟି ନିଶାଦ୍ରବ୍ଯ ଜବତ

 ବେଆଇନ ନିଶାଦ୍ରବ୍ଯ ଚାଲାଣ

ପାକିସ୍ତାନ-ତାଲିବାନ ଡ୍ରଗ କାରବାର- ଗୁଜୁରାଟରୁ 21 ହଜାର କୋଟି ନିଶାଦ୍ରବ୍ଯ ଜବତ

Monday, October 8, 2018

ଆହତ ଗୋରୁକୁ ଉଦ୍ଧାର କଲେ ବଜରଙ୍ଗ ଦଳ କର୍ମୀ


ରାଉରକେଲା, ୮ ।୧୦  : ବିଶ୍ରାଛକରୁ ନୂଆଁ ବସଷ୍ଟାଣ୍ଡ ଯିବା ରାସ୍ତାରେ ଆଜି ସକାଳେ ଏକ ଗୋମାତାର ଗୋଡରେ କ୍ଷତ ଚିହ୍ନ ଥିବାରୁ ସେ ଚାଲିନପାରି ରାସ୍ତା ଉପରେ ପଡି ରହିଥିବା ସ୍ଥାନୀୟ ସମାଜସେବୀ ନୀତେଶ କୁମାର ନିଜର ସାଙ୍ଗମାନଙ୍କ ସହିତ ବଜରଙ୍ଗ ଦଳର କର୍ମୀମାନଙ୍କ ସହଯୋଗରେ ଆହତ ଗୋମାତାକୁ ଉଦ୍ଧାର କରି ବେଦବ୍ୟାସଠାରେ ଥିବା ଗୋଶାଳାକୁ ପଠାଇଥିବା ଜଣାପଡିଛି  ।

Wednesday, October 3, 2018

ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ବଜରଙ୍ଗ ଦଳ ପୁରଷ୍କୃତ


ରାଉରକେଲା, ୩ ।୧୦  : ଗତକାଲି ପାଳନ ହୋଇଥିବା ଜୀତୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଡିଏମଓ ତଥା ବ୍ଲଡ ବ୍ୟାଙ୍କର ଅଧ୍ୟକ୍ଷ ବଜରଙ୍ଗ ଦଳ ରାଉରକେଲା ଶାଖାର ସଂଯୋଜକ ରାଜୁ ସିଂଙ୍କୁ ସମ୍ମାନୀତ କରିଥିବା ଜଣାପଡିଛି  । ବିଭିନ୍ନ ସମୟରେ ଲୋକଙ୍କ ଆବଶ୍ୟକତାକୁ ଦେଖି ନିଜେ ରକ୍ତ ଦେବା ସହିତ ରାଜୁ ସିଂ ଦଳର କର୍ମୀମାନଙ୍କୁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ପ୍ରୋତ୍ସାହିତ କରିଥିବା ଯୋଗୁ ଏପରି ସମ୍ମାନୀତ କରାଯାଇଛି  ।

Monday, October 1, 2018

୨୦ କେଜି ଗୋମାଂସ ସହିତ ଯୁବକ ଗିରଫ


କୁତ୍ରା, ୧ ।୧୦  : ସୁନ୍ଦରଗଡ ପୋଲିସ ଜିଲ୍ଲା ଅଧିନରେ ଥିବା କୁତ୍ରା ଥାନା ଅଞ୍ଚଳର ଖତକୁରବାହାଲ ଗ୍ରାମରେ ରହୁଥିବା ମହମ୍ମଦ ଇରସାଦ ନାମକ ଜଣେ ଯୁବକ ନିଜ ମଟର ସାଇକେଲ ନମ୍ବର ଓଆର ୧୪ଟି ୮୩୮୮ରେ ପ୍ରାୟ ୨୦ କେଜି ଗୋରୁମାଂସ ନେଇ ଯାଉଥିବା ଖବର ପାଇ ସ୍ଥାନୀୟ ଅଞ୍ଚଳର ଯୁବକମାନେ ସେମେଲପଡାଠାରେ ଅଟକାଇଥିଲେ  । ପରେ ପୋଲିସ ଆସି ଗାଈ ମାଂସ ସମେତ ବାଇକକୁ ଜବତ କରିବା ସହିତ ମହମ୍ମଦ ଇରସାଦକୁ ଗିରଫ କରି କୋଟ ଚାଲାଣ କରିଥିବା ଜଣାପଡିଛି  ।

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୃଷିମନ୍ତ୍ରୀଙ୍କ ବହିଷ୍କାର


ରାଉରକେଲା,୧ା୧୦: କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳାଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟର ପ୍ରତିବାଦ ଜଣାଇଛି ବିଜେପି ମହିଳା ମୋର୍ଚ୍ଚା । ଏହି ପରିପ୍ରେକ୍ଷୀରେ ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା ମାନେ ଏକଜୁଟ ହୋଇ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୃଷିମନ୍ତ୍ରୀ ଶ୍ରୀ ମହାରଥୀଙ୍କ କୁଶପୁତଳିକା ଦାହ କରିଥିଲେ । ଜିଲା ମହିଳାମୋର୍ଚ୍ଚାର ସାଧାରଣ ସମ୍ପାଦିକା ଇପସିତା ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ମହିଳାମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରମିମଳା ଦାସ, ରାଜ୍ୟ ସମ୍ପାଦିକା କଳ୍ପନା ଲେଙ୍କା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶାସକ ଦଳ ବିଜେଡ଼ି ସରକାରରେ ମହିଳା ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯାଉ ନାହିଁ ବୋଲି ସେ ପ୍ରକାଶ କରିଥିଲେ । ମନ୍ତ୍ରୀ ଦେଇଥିବା ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ନୀରବ ରହିବା ଦୁର୍ଭାଗ୍ୟଜନକ ବୋଲି ମହିଳାମାନେ ଯୁକ୍ତି ବାଢିଥିଲେ । ମହିଳାମୋର୍ଚ୍ଚା ପକ୍ଷରୁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବହିଷ୍ପାର କରିବା ଲାଗି ଦାବି କରାଯାଇଥିଲା । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜେପିର ବହୁ ମହିଳାକର୍ମୀ ଉପସ୍ଥିତ ଥିଲେ ।

Friday, September 21, 2018

ଗୋମାତାକୁ ବଞ୍ଚାଇବାକୁ ଯାଇ ଚାଷୀ ମୃତ


ତଲସରା, ୨୧ ।୯  : ସୁନ୍ଦରଗଡ ରାଜସ୍ୱ ଜିଲ୍ଲା ଅଧିନରେ ଥିବା ବାଲିଶଙ୍କରା ବ୍ଲକର କଛର ଘୋର ଗ୍ରାମରେ ରହୁଥିବା ଦିବ୍ୟଲୋଚନ ଓରାମ (୫୫) ନାମକ ଜଣେ ଚାଷୀ ଗତକାଲି ନିଜ ବଳଦ ନେଇ ଚାଷ ଜମିକୁ ଯାଉଥିବାବେଳେ ଚାଷ ଜମିରେ ଛିଣ୍ଡିକରି ପଡିଥିବା ଏକ ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସି ବଳଦଟି ଛଟପଟ ହେଉଥିବା ଦେଖି ଦିବ୍ୟଲୋଚନ ବଳଦକୁ ବଞ୍ଚାଇବାର ଚେଷ୍ଟା କରିବା ବେଳେ ସେ ମଧ୍ୟ ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସିଯାଇଥିଲେ  । ଫଳରେ ଘଟଣାସ୍ଥଳରେ ଉଭୟ ବଳଦ ଏବଂ ଚାଷୀ ଦିବ୍ୟଲୋଚନଙ୍କର ମୃତ୍ୟୁ ହୋଇଯାଇଥିଲା । ଏସମ୍ବନ୍ଧରେ ଖବର ପାଇ ପୋଲିସ ପହଞ୍ôଚ ମୃତ ଦିବ୍ୟଲୋଚନଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି  ।

Thursday, September 20, 2018

ଗଣେଶ ମୂର୍ତ୍ତି ଉପରକୁ ପଥର ଫିଙ୍ଗା ଘଟଣା ୫ ଗିରଫ, ଅନ୍ୟମାନଙ୍କୁ ଗିରଫ ଦାବିରେ କୁତ୍ରା ଦୋକାନ ବଜାର ବନ୍ଦ

ଗଣେଶ ମୂର୍ତ୍ତି ଉପରକୁ ପଥର ଫିଙ୍ଗା ଘଟଣା ୫ ଗିରଫ, ଅନ୍ୟମାନଙ୍କୁ ଗିରଫ ଦାବିରେ କୁତ୍ରା ଦୋକାନ ବଜାର ବନ୍ଦ
କୁତ୍ରା, ୨୦ ।୯  : ଗତ ୩ ଦିନ ତଳେ କୁତ୍ରା ଥାନା ଅଞ୍ଚଳରେ ଥିବା ଖତକୁରବାହାଲ ଗ୍ରାମର ମାଲିପଡାଠାରେ ହେଉଥିବା ଗଣେଶ ମୂର୍ତ୍ତି ବିସର୍ଜନବେଳେ ଗଣେଶଙ୍କ ଉପରକୁ ପଥରଫିଙ୍କା ଘଟଣାକୁ ନେଇ ଥାନାରେ ପ୍ରାୟ ୧୭/୧୮ ଜଣଙ୍କ ନାମରେ କେସ ଦାଏଣ ହୋଇଥିବାବେଳେ ପୋଲିସ ଗତ ମଙ୍ଗଳବାର ଦିନ ୫ ଜଣଙ୍କୁ ଗିରଫ କରିଥିଲା  । ତେବେ ଅନ୍ୟ ଦୋଷୀମାନଙ୍କୁ ଗିରଫ କରିବା ଦାବିରେ ଅଞ୍ଚଳବାସୀମାନେ ଗତକାଲି ବିକ୍ଷୋଭ କରିବା ସହିତ ରାଜ୍ୟ ରାଜପଥ -୧୦ କଡରେ ଥିବା କୁତ୍ରାର ସମସ୍ତ ଦୋକାନ ବଜାରକୁ ବନ୍ଦ କରିଥିଲେ  । ଏଠାରେ ସୂଚନା ଯୋଗ୍ୟ କି ଦୋଷୀମାନଙ୍କୁ ନେଇ ୨୧-୯- ୧୮ରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସୁନ୍ଦରଗଡ ବନ୍ଦ ପାଇଁ ମଧ୍ୟ ଧମକ ଦିଆଯାଇଥିଲା  ।