Saturday, May 26, 2018

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ରାଉରକେଲା ତରଫରୁ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କଠାରେ ଦେଶର ପ୍ରଧାନମନ୍ତ୍ରୀ ମହୋଦୟଙ୍କ ଉଦ୍ଦେଶ୍ୟରେ ଏକ ସ୍କାରକପତ୍ର ପ୍ରଦାନ


ରାଉରକେଲା, ୨୬ ।୫  : ଶନିବାର ଦିନ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ରାଉରକେଲା ତରଫରୁ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କଠାରେ ଦେଶର ପ୍ରଧାନମନ୍ତ୍ରୀ ମହୋଦୟଙ୍କ ଉଦ୍ଦେଶ୍ୟରେ ଏକ ସ୍କାରକପତ୍ର ପ୍ରଦାନ କରାଯାଇଛି  । ପ୍ରଥମରୁ ବିଦେଶୀ କମ୍ପାନୀମାନଙ୍କୁ ଖୁଚୁରା ବ୍ୟବସାୟରେ ପ୍ରବେଶକୁ ସଂଗଠନ ବିରୋଧ କରି ଆସୁଛି  । ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଶୀୟ କମ୍ପାନୀ ଫ୍ଲିପକାର୍ଟକୁ ବିଦେଶୀ ୱାଲମାର୍ଟ ଖରିଦ କରିବାକୁ ଯାଉଛି  । ଯାହାଦ୍ୱାରା ଦେଶର ୩୦ ହଜାର କର୍ମଚାରୀ ବେକାର ହୋଇଯିବେ, ତତସଙ୍ଗେ ୱାଲମାର୍ଟ ଜରିଆରେ ଦେଶରେ ଚାଇନା ଜିନିଷର ବିପୁଳ ବିକ୍ରି ହେବ ଏବଂ ସ୍ୱଦେୀଶୀ ବ୍ୟବସାୟୀମାନେ ବହୁ କ୍ଷତିଗ୍ରସ୍ତ ହେବେ ତଥା ଦେଶର ଗ୍ରାମୀଣ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ ହେବ  । ବିଶ୍ୱର ଅନ୍ୟ ଦେଶରେ ୱାଲମାର୍ଟକୁ ବିରୋଧ କରାଯାଉଛି, ତେଣୁ ଭାରତୀୟ ବଜାରରେ ପ୍ରବେଶ କରିବା ପାଇଁ ଫ୍ଲିପକାର୍ଟକୁ କିଣି ପଛ ଦ୍ୱାର ଦେଇ ପ୍ରବେଶ ସୁଯୋଗ ଖୋଜୁଛି  । ଦେଶର ବହୁ ଦେଶୀୟ କମ୍ପାନୀ କଣ ପାଇଁ ବିଦେଶୀ ବହୁ ରାଷ୍ଟ୍ରୀୟ କମ୍ପାନୀକୁ ବିକ୍ରି ହେଉଛି  । ଏହା ଉପରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଦେଶବ୍ୟାପୀ ସଚେତନ କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବା ପାଇଁ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍କାରକପତ୍ର ସଂଗଠନ ତରଫରୁ ପ୍ରଦାନ କରାଯାଇଛି  ।