Tuesday, June 5, 2018

ଗୋଚାଲାଣ ବନ୍ଦ ଦାବିରେ ଏସପିଙ୍କୁ ଭେଟିଲେ ବିଜେପି ପ୍ରତିନିଧ


ରାଉରକେଲା, ୫ ।୬  : ଗତ ୨ ଦିନ ତଳେ ରାଉରକେଲାର ବିଭିନ୍ନ ସ୍ଥାନରୁ ୨ଟି ଗାଡିରେ ପଶ୍ଚିମବଙ୍ଗକୁ ବେଆଇନ ଗୋଚାଲାଣ ବେଳେ ବିଜେପିର ଯୁବ ନେତାମାନେ ଗାଡି ସମେତ ଗାଈଙ୍କୁ ଅଟକାଇଥିଲେ  । ପରେ ପୋଲିସ ପହଞ୍ôଚ ସମସ୍ତ ଗାଈକୁ ଗୋଶାଳାକୁ ପଠାଇବା ସହିତ ଗାଡିକୁ ଜବତ କରିଥିଲା  । ଗୋଚାଲାଣ କାରବାରେ ସଂପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ ମଧ୍ୟ କରିଥିଲେ  । ତେବେ ଏହି ଗୋଚାଲାଣ କେସରେ ବିଜେଡିର ନେତା ତଥା ପୂର୍ବତନ କାଉନସିଲର ସୁବାଷ ସ୍ୱାଇଁଙ୍କ ସଂପୃକ୍ତିକୁ ନେଇ ସନ୍ଦେହ ପ୍ରକାଶ କରି ବିଜେପିର ଜିଲ୍ଲା ସଭାପତି ଜଗବନ୍ଧୁ ବେହେରା ଏବଂ ଯୁବନେତା ଦୀପକ ତିୱାରୀଙ୍କ ନେତୃତ୍ୱରେ କର୍ମୀମାନେ ରାଉରକେଲା ଏସପିଙ୍କୁ ସାକ୍ଷାତ କରି ସଂପୃକ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କୁ ଦଣ୍ଡ ଦେବା ସହିତ ବେଆଇନ ଗୋଚାଲାଣକୁ ମଧ୍ୟ ବନ୍ଦ କରିବା ପାଇଁ ଦାବି କରିଛନ୍ତି  ।