Monday, October 8, 2018
ଆହତ ଗୋରୁକୁ ଉଦ୍ଧାର କଲେ ବଜରଙ୍ଗ ଦଳ କର୍ମୀ
ରାଉରକେଲା, ୮ ।୧୦ : ବିଶ୍ରାଛକରୁ ନୂଆଁ ବସଷ୍ଟାଣ୍ଡ ଯିବା ରାସ୍ତାରେ ଆଜି ସକାଳେ ଏକ ଗୋମାତାର ଗୋଡରେ କ୍ଷତ ଚିହ୍ନ ଥିବାରୁ ସେ ଚାଲିନପାରି ରାସ୍ତା ଉପରେ ପଡି ରହିଥିବା ସ୍ଥାନୀୟ ସମାଜସେବୀ ନୀତେଶ କୁମାର ନିଜର ସାଙ୍ଗମାନଙ୍କ ସହିତ ବଜରଙ୍ଗ ଦଳର କର୍ମୀମାନଙ୍କ ସହଯୋଗରେ ଆହତ ଗୋମାତାକୁ ଉଦ୍ଧାର କରି ବେଦବ୍ୟାସଠାରେ ଥିବା ଗୋଶାଳାକୁ ପଠାଇଥିବା ଜଣାପଡିଛି ।
Wednesday, October 3, 2018
ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ବଜରଙ୍ଗ ଦଳ ପୁରଷ୍କୃତ
ରାଉରକେଲା, ୩ ।୧୦ : ଗତକାଲି ପାଳନ ହୋଇଥିବା ଜୀତୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଡିଏମଓ ତଥା ବ୍ଲଡ ବ୍ୟାଙ୍କର ଅଧ୍ୟକ୍ଷ ବଜରଙ୍ଗ ଦଳ ରାଉରକେଲା ଶାଖାର ସଂଯୋଜକ ରାଜୁ ସିଂଙ୍କୁ ସମ୍ମାନୀତ କରିଥିବା ଜଣାପଡିଛି । ବିଭିନ୍ନ ସମୟରେ ଲୋକଙ୍କ ଆବଶ୍ୟକତାକୁ ଦେଖି ନିଜେ ରକ୍ତ ଦେବା ସହିତ ରାଜୁ ସିଂ ଦଳର କର୍ମୀମାନଙ୍କୁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ପ୍ରୋତ୍ସାହିତ କରିଥିବା ଯୋଗୁ ଏପରି ସମ୍ମାନୀତ କରାଯାଇଛି ।
Monday, October 1, 2018
୨୦ କେଜି ଗୋମାଂସ ସହିତ ଯୁବକ ଗିରଫ
କୁତ୍ରା, ୧ ।୧୦ : ସୁନ୍ଦରଗଡ ପୋଲିସ ଜିଲ୍ଲା ଅଧିନରେ ଥିବା କୁତ୍ରା ଥାନା ଅଞ୍ଚଳର ଖତକୁରବାହାଲ ଗ୍ରାମରେ ରହୁଥିବା ମହମ୍ମଦ ଇରସାଦ ନାମକ ଜଣେ ଯୁବକ ନିଜ ମଟର ସାଇକେଲ ନମ୍ବର ଓଆର ୧୪ଟି ୮୩୮୮ରେ ପ୍ରାୟ ୨୦ କେଜି ଗୋରୁମାଂସ ନେଇ ଯାଉଥିବା ଖବର ପାଇ ସ୍ଥାନୀୟ ଅଞ୍ଚଳର ଯୁବକମାନେ ସେମେଲପଡାଠାରେ ଅଟକାଇଥିଲେ । ପରେ ପୋଲିସ ଆସି ଗାଈ ମାଂସ ସମେତ ବାଇକକୁ ଜବତ କରିବା ସହିତ ମହମ୍ମଦ ଇରସାଦକୁ ଗିରଫ କରି କୋଟ ଚାଲାଣ କରିଥିବା ଜଣାପଡିଛି ।
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୃଷିମନ୍ତ୍ରୀଙ୍କ ବହିଷ୍କାର
ରାଉରକେଲା,୧ା୧୦: କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳାଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟର ପ୍ରତିବାଦ ଜଣାଇଛି ବିଜେପି ମହିଳା ମୋର୍ଚ୍ଚା । ଏହି ପରିପ୍ରେକ୍ଷୀରେ ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା ମାନେ ଏକଜୁଟ ହୋଇ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୃଷିମନ୍ତ୍ରୀ ଶ୍ରୀ ମହାରଥୀଙ୍କ କୁଶପୁତଳିକା ଦାହ କରିଥିଲେ । ଜିଲା ମହିଳାମୋର୍ଚ୍ଚାର ସାଧାରଣ ସମ୍ପାଦିକା ଇପସିତା ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ମହିଳାମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରମିମଳା ଦାସ, ରାଜ୍ୟ ସମ୍ପାଦିକା କଳ୍ପନା ଲେଙ୍କା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶାସକ ଦଳ ବିଜେଡ଼ି ସରକାରରେ ମହିଳା ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯାଉ ନାହିଁ ବୋଲି ସେ ପ୍ରକାଶ କରିଥିଲେ । ମନ୍ତ୍ରୀ ଦେଇଥିବା ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ନୀରବ ରହିବା ଦୁର୍ଭାଗ୍ୟଜନକ ବୋଲି ମହିଳାମାନେ ଯୁକ୍ତି ବାଢିଥିଲେ । ମହିଳାମୋର୍ଚ୍ଚା ପକ୍ଷରୁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବହିଷ୍ପାର କରିବା ଲାଗି ଦାବି କରାଯାଇଥିଲା । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜେପିର ବହୁ ମହିଳାକର୍ମୀ ଉପସ୍ଥିତ ଥିଲେ ।
Friday, September 21, 2018
ଗୋମାତାକୁ ବଞ୍ଚାଇବାକୁ ଯାଇ ଚାଷୀ ମୃତ
ତଲସରା, ୨୧ ।୯ : ସୁନ୍ଦରଗଡ ରାଜସ୍ୱ ଜିଲ୍ଲା ଅଧିନରେ ଥିବା ବାଲିଶଙ୍କରା ବ୍ଲକର କଛର ଘୋର ଗ୍ରାମରେ ରହୁଥିବା ଦିବ୍ୟଲୋଚନ ଓରାମ (୫୫) ନାମକ ଜଣେ ଚାଷୀ ଗତକାଲି ନିଜ ବଳଦ ନେଇ ଚାଷ ଜମିକୁ ଯାଉଥିବାବେଳେ ଚାଷ ଜମିରେ ଛିଣ୍ଡିକରି ପଡିଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବଳଦଟି ଛଟପଟ ହେଉଥିବା ଦେଖି ଦିବ୍ୟଲୋଚନ ବଳଦକୁ ବଞ୍ଚାଇବାର ଚେଷ୍ଟା କରିବା ବେଳେ ସେ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ଉଭୟ ବଳଦ ଏବଂ ଚାଷୀ ଦିବ୍ୟଲୋଚନଙ୍କର ମୃତ୍ୟୁ ହୋଇଯାଇଥିଲା । ଏସମ୍ବନ୍ଧରେ ଖବର ପାଇ ପୋଲିସ ପହଞ୍ôଚ ମୃତ ଦିବ୍ୟଲୋଚନଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
Thursday, September 20, 2018
ଗଣେଶ ମୂର୍ତ୍ତି ଉପରକୁ ପଥର ଫିଙ୍ଗା ଘଟଣା ୫ ଗିରଫ, ଅନ୍ୟମାନଙ୍କୁ ଗିରଫ ଦାବିରେ କୁତ୍ରା ଦୋକାନ ବଜାର ବନ୍ଦ
ଗଣେଶ ମୂର୍ତ୍ତି ଉପରକୁ ପଥର ଫିଙ୍ଗା ଘଟଣା ୫ ଗିରଫ, ଅନ୍ୟମାନଙ୍କୁ ଗିରଫ ଦାବିରେ କୁତ୍ରା ଦୋକାନ ବଜାର ବନ୍ଦ
କୁତ୍ରା, ୨୦ ।୯ : ଗତ ୩ ଦିନ ତଳେ କୁତ୍ରା ଥାନା ଅଞ୍ଚଳରେ ଥିବା ଖତକୁରବାହାଲ ଗ୍ରାମର ମାଲିପଡାଠାରେ ହେଉଥିବା ଗଣେଶ ମୂର୍ତ୍ତି ବିସର୍ଜନବେଳେ ଗଣେଶଙ୍କ ଉପରକୁ ପଥରଫିଙ୍କା ଘଟଣାକୁ ନେଇ ଥାନାରେ ପ୍ରାୟ ୧୭/୧୮ ଜଣଙ୍କ ନାମରେ କେସ ଦାଏଣ ହୋଇଥିବାବେଳେ ପୋଲିସ ଗତ ମଙ୍ଗଳବାର ଦିନ ୫ ଜଣଙ୍କୁ ଗିରଫ କରିଥିଲା । ତେବେ ଅନ୍ୟ ଦୋଷୀମାନଙ୍କୁ ଗିରଫ କରିବା ଦାବିରେ ଅଞ୍ଚଳବାସୀମାନେ ଗତକାଲି ବିକ୍ଷୋଭ କରିବା ସହିତ ରାଜ୍ୟ ରାଜପଥ -୧୦ କଡରେ ଥିବା କୁତ୍ରାର ସମସ୍ତ ଦୋକାନ ବଜାରକୁ ବନ୍ଦ କରିଥିଲେ । ଏଠାରେ ସୂଚନା ଯୋଗ୍ୟ କି ଦୋଷୀମାନଙ୍କୁ ନେଇ ୨୧-୯- ୧୮ରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସୁନ୍ଦରଗଡ ବନ୍ଦ ପାଇଁ ମଧ୍ୟ ଧମକ ଦିଆଯାଇଥିଲା ।
କୁତ୍ରା, ୨୦ ।୯ : ଗତ ୩ ଦିନ ତଳେ କୁତ୍ରା ଥାନା ଅଞ୍ଚଳରେ ଥିବା ଖତକୁରବାହାଲ ଗ୍ରାମର ମାଲିପଡାଠାରେ ହେଉଥିବା ଗଣେଶ ମୂର୍ତ୍ତି ବିସର୍ଜନବେଳେ ଗଣେଶଙ୍କ ଉପରକୁ ପଥରଫିଙ୍କା ଘଟଣାକୁ ନେଇ ଥାନାରେ ପ୍ରାୟ ୧୭/୧୮ ଜଣଙ୍କ ନାମରେ କେସ ଦାଏଣ ହୋଇଥିବାବେଳେ ପୋଲିସ ଗତ ମଙ୍ଗଳବାର ଦିନ ୫ ଜଣଙ୍କୁ ଗିରଫ କରିଥିଲା । ତେବେ ଅନ୍ୟ ଦୋଷୀମାନଙ୍କୁ ଗିରଫ କରିବା ଦାବିରେ ଅଞ୍ଚଳବାସୀମାନେ ଗତକାଲି ବିକ୍ଷୋଭ କରିବା ସହିତ ରାଜ୍ୟ ରାଜପଥ -୧୦ କଡରେ ଥିବା କୁତ୍ରାର ସମସ୍ତ ଦୋକାନ ବଜାରକୁ ବନ୍ଦ କରିଥିଲେ । ଏଠାରେ ସୂଚନା ଯୋଗ୍ୟ କି ଦୋଷୀମାନଙ୍କୁ ନେଇ ୨୧-୯- ୧୮ରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସୁନ୍ଦରଗଡ ବନ୍ଦ ପାଇଁ ମଧ୍ୟ ଧମକ ଦିଆଯାଇଥିଲା ।
Tuesday, September 18, 2018
ଗଣେଶ ମୂର୍ତ୍ତି ଉପରକୁ ପଥର ଫିଙ୍ଗାକୁ ନେଇ ଉତ୍ତେଜନା
କୁତ୍ରା, ୧୮ ।୯ : ସୁନ୍ଦରଗଡ ପୋଲିସ ଜିଲ୍ଲା ଅଧିନରେ ଥିବା କୁତ୍ରା ଥାନା ଅଞ୍ଚଳର ଖତକୁରବାହାଲ ଠାରେ ଥିବା ମାଲିପଡାର କେତେକ ଯୁବକ ଗତକାଲି ଗଣେଶ ମୂର୍ତ୍ତିକୁ ନେଇ ଶୋଭାଯାତ୍ରାରେ ବିସର୍ଜନ ପାଇଁ ଠାକୁରପଡାରେ ଥିବା ଏକ ଖାଦନକୁ ଯାଉଥିବାବେଳେ ମାଲିପଡାରେ ଥିବା କେତେକ ମୁସଲମାନ ପରିବାରଙ୍କ ଘର ଆଗରେ ମୂର୍ତ୍ତି ତଥା ଯାଉଥିବାବେଳେ ହଠାତ୍ କେଉଁଆଡୁ ପଥର ମାନ ଆସି ମୂର୍ତ୍ତି ଦେହରେ ବାଜିଥିଲା । ଫଳରେ ମୂର୍ତ୍ତିର କେତେକ ଜାଗାରେ ଫଟା ଦାଗ ସୃଷ୍ଟି ହୋଇଥିଲା ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଗଣେଶ ମୂର୍ତ୍ତି ଉପରକୁ ପଥର ଫିଙ୍ଗା ଯିବା ଘଟଣା ସମ୍ବନ୍ଧରେ ଖବର ପାଇ ଝାରବେଡା, ଠାକୁରପଡା, ମାଲିପଡା ଏବଂ ମରଗକୁଡା ଆଦି ଗ୍ରାମରୁ ଲୋକମାନେ ପହଞ୍ôଚ ବିରୋଧ କରିଥିଲେ । ଏସମ୍ବନ୍ଧରେ ଖବର ପାଇ ପୋଲିସବାହିନୀ ମଧ୍ୟ ଗ୍ରାମରେ ପହଞ୍ôଛ ଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଆଜି ସକାଳେ ଏନେଇ ମାଲିପଡା ଗଣେଶ ପୂଜା କମିଟି ପକ୍ଷରୁ ଗଣେଶ ମୂର୍ତ୍ତି ଭଙ୍ଗାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ କୁତ୍ରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବାବେଳେ ଅପରପଟେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ରାଜଗାଙ୍ଗପୁର ଶାଖା ପକ୍ଷରୁ ଆସନ୍ତା ୨୦ ତାରିଖ ମଧ୍ୟରେ ଦୋଷୀମାନଙ୍କୁ ଗିରଫ କରାନଗଲେ ୨୧ ତାରିଖରେ ସୁନ୍ଦରଗଡ ବନ୍ଦ କରିବା ପାଇଁ ଦାବି କରି ପୋଲିସ ପ୍ରଶାସନକୁ ଏକ ସ୍ମାରକପତ୍ର ଦିଆଯାଇଥିବା ଜଣାପଡିଛି । ତେବେ ଗତରାତିରେ ଘଟଣା ପରେ ପୋଲିସ ବାହିନୀ ନିଜେ ଭଙ୍ଗା ଅଟୋକୁ ଠେଲି ଠେଲି ନେଇ ଏକ ପୋଲ ଉପରୁ ଗଣେଶଙ୍କ ମୂର୍ତ୍ତିକୁ ତଳକୁ ଫୋପାଡି ବିସର୍ଜନ କରିଦିଆଯିବା ଘଟଣାକୁ ନେଇ ହିନ୍ଦୁ ତଥା ପୂଜା କମିଟି ସଦସ୍ୟମାନଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି ।
Tuesday, June 5, 2018
ଗୋଚାଲାଣ ବନ୍ଦ ଦାବିରେ ଏସପିଙ୍କୁ ଭେଟିଲେ ବିଜେପି ପ୍ରତିନିଧ
ରାଉରକେଲା, ୫ ।୬ : ଗତ ୨ ଦିନ ତଳେ ରାଉରକେଲାର ବିଭିନ୍ନ ସ୍ଥାନରୁ ୨ଟି ଗାଡିରେ ପଶ୍ଚିମବଙ୍ଗକୁ ବେଆଇନ ଗୋଚାଲାଣ ବେଳେ ବିଜେପିର ଯୁବ ନେତାମାନେ ଗାଡି ସମେତ ଗାଈଙ୍କୁ ଅଟକାଇଥିଲେ । ପରେ ପୋଲିସ ପହଞ୍ôଚ ସମସ୍ତ ଗାଈକୁ ଗୋଶାଳାକୁ ପଠାଇବା ସହିତ ଗାଡିକୁ ଜବତ କରିଥିଲା । ଗୋଚାଲାଣ କାରବାରେ ସଂପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ ମଧ୍ୟ କରିଥିଲେ । ତେବେ ଏହି ଗୋଚାଲାଣ କେସରେ ବିଜେଡିର ନେତା ତଥା ପୂର୍ବତନ କାଉନସିଲର ସୁବାଷ ସ୍ୱାଇଁଙ୍କ ସଂପୃକ୍ତିକୁ ନେଇ ସନ୍ଦେହ ପ୍ରକାଶ କରି ବିଜେପିର ଜିଲ୍ଲା ସଭାପତି ଜଗବନ୍ଧୁ ବେହେରା ଏବଂ ଯୁବନେତା ଦୀପକ ତିୱାରୀଙ୍କ ନେତୃତ୍ୱରେ କର୍ମୀମାନେ ରାଉରକେଲା ଏସପିଙ୍କୁ ସାକ୍ଷାତ କରି ସଂପୃକ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କୁ ଦଣ୍ଡ ଦେବା ସହିତ ବେଆଇନ ଗୋଚାଲାଣକୁ ମଧ୍ୟ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।
Saturday, May 26, 2018
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ରାଉରକେଲା ତରଫରୁ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କଠାରେ ଦେଶର ପ୍ରଧାନମନ୍ତ୍ରୀ ମହୋଦୟଙ୍କ ଉଦ୍ଦେଶ୍ୟରେ ଏକ ସ୍କାରକପତ୍ର ପ୍ରଦାନ
ରାଉରକେଲା, ୨୬ ।୫ : ଶନିବାର ଦିନ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ରାଉରକେଲା ତରଫରୁ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କଠାରେ ଦେଶର ପ୍ରଧାନମନ୍ତ୍ରୀ ମହୋଦୟଙ୍କ ଉଦ୍ଦେଶ୍ୟରେ ଏକ ସ୍କାରକପତ୍ର ପ୍ରଦାନ କରାଯାଇଛି । ପ୍ରଥମରୁ ବିଦେଶୀ କମ୍ପାନୀମାନଙ୍କୁ ଖୁଚୁରା ବ୍ୟବସାୟରେ ପ୍ରବେଶକୁ ସଂଗଠନ ବିରୋଧ କରି ଆସୁଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଶୀୟ କମ୍ପାନୀ ଫ୍ଲିପକାର୍ଟକୁ ବିଦେଶୀ ୱାଲମାର୍ଟ ଖରିଦ କରିବାକୁ ଯାଉଛି । ଯାହାଦ୍ୱାରା ଦେଶର ୩୦ ହଜାର କର୍ମଚାରୀ ବେକାର ହୋଇଯିବେ, ତତସଙ୍ଗେ ୱାଲମାର୍ଟ ଜରିଆରେ ଦେଶରେ ଚାଇନା ଜିନିଷର ବିପୁଳ ବିକ୍ରି ହେବ ଏବଂ ସ୍ୱଦେୀଶୀ ବ୍ୟବସାୟୀମାନେ ବହୁ କ୍ଷତିଗ୍ରସ୍ତ ହେବେ ତଥା ଦେଶର ଗ୍ରାମୀଣ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ ହେବ । ବିଶ୍ୱର ଅନ୍ୟ ଦେଶରେ ୱାଲମାର୍ଟକୁ ବିରୋଧ କରାଯାଉଛି, ତେଣୁ ଭାରତୀୟ ବଜାରରେ ପ୍ରବେଶ କରିବା ପାଇଁ ଫ୍ଲିପକାର୍ଟକୁ କିଣି ପଛ ଦ୍ୱାର ଦେଇ ପ୍ରବେଶ ସୁଯୋଗ ଖୋଜୁଛି । ଦେଶର ବହୁ ଦେଶୀୟ କମ୍ପାନୀ କଣ ପାଇଁ ବିଦେଶୀ ବହୁ ରାଷ୍ଟ୍ରୀୟ କମ୍ପାନୀକୁ ବିକ୍ରି ହେଉଛି । ଏହା ଉପରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଦେଶବ୍ୟାପୀ ସଚେତନ କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବା ପାଇଁ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍କାରକପତ୍ର ସଂଗଠନ ତରଫରୁ ପ୍ରଦାନ କରାଯାଇଛି ।
Subscribe to:
Posts (Atom)