Tuesday, September 18, 2018
ଗଣେଶ ମୂର୍ତ୍ତି ଉପରକୁ ପଥର ଫିଙ୍ଗାକୁ ନେଇ ଉତ୍ତେଜନା
କୁତ୍ରା, ୧୮ ।୯ : ସୁନ୍ଦରଗଡ ପୋଲିସ ଜିଲ୍ଲା ଅଧିନରେ ଥିବା କୁତ୍ରା ଥାନା ଅଞ୍ଚଳର ଖତକୁରବାହାଲ ଠାରେ ଥିବା ମାଲିପଡାର କେତେକ ଯୁବକ ଗତକାଲି ଗଣେଶ ମୂର୍ତ୍ତିକୁ ନେଇ ଶୋଭାଯାତ୍ରାରେ ବିସର୍ଜନ ପାଇଁ ଠାକୁରପଡାରେ ଥିବା ଏକ ଖାଦନକୁ ଯାଉଥିବାବେଳେ ମାଲିପଡାରେ ଥିବା କେତେକ ମୁସଲମାନ ପରିବାରଙ୍କ ଘର ଆଗରେ ମୂର୍ତ୍ତି ତଥା ଯାଉଥିବାବେଳେ ହଠାତ୍ କେଉଁଆଡୁ ପଥର ମାନ ଆସି ମୂର୍ତ୍ତି ଦେହରେ ବାଜିଥିଲା । ଫଳରେ ମୂର୍ତ୍ତିର କେତେକ ଜାଗାରେ ଫଟା ଦାଗ ସୃଷ୍ଟି ହୋଇଥିଲା ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଗଣେଶ ମୂର୍ତ୍ତି ଉପରକୁ ପଥର ଫିଙ୍ଗା ଯିବା ଘଟଣା ସମ୍ବନ୍ଧରେ ଖବର ପାଇ ଝାରବେଡା, ଠାକୁରପଡା, ମାଲିପଡା ଏବଂ ମରଗକୁଡା ଆଦି ଗ୍ରାମରୁ ଲୋକମାନେ ପହଞ୍ôଚ ବିରୋଧ କରିଥିଲେ । ଏସମ୍ବନ୍ଧରେ ଖବର ପାଇ ପୋଲିସବାହିନୀ ମଧ୍ୟ ଗ୍ରାମରେ ପହଞ୍ôଛ ଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଆଜି ସକାଳେ ଏନେଇ ମାଲିପଡା ଗଣେଶ ପୂଜା କମିଟି ପକ୍ଷରୁ ଗଣେଶ ମୂର୍ତ୍ତି ଭଙ୍ଗାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ କୁତ୍ରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବାବେଳେ ଅପରପଟେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ରାଜଗାଙ୍ଗପୁର ଶାଖା ପକ୍ଷରୁ ଆସନ୍ତା ୨୦ ତାରିଖ ମଧ୍ୟରେ ଦୋଷୀମାନଙ୍କୁ ଗିରଫ କରାନଗଲେ ୨୧ ତାରିଖରେ ସୁନ୍ଦରଗଡ ବନ୍ଦ କରିବା ପାଇଁ ଦାବି କରି ପୋଲିସ ପ୍ରଶାସନକୁ ଏକ ସ୍ମାରକପତ୍ର ଦିଆଯାଇଥିବା ଜଣାପଡିଛି । ତେବେ ଗତରାତିରେ ଘଟଣା ପରେ ପୋଲିସ ବାହିନୀ ନିଜେ ଭଙ୍ଗା ଅଟୋକୁ ଠେଲି ଠେଲି ନେଇ ଏକ ପୋଲ ଉପରୁ ଗଣେଶଙ୍କ ମୂର୍ତ୍ତିକୁ ତଳକୁ ଫୋପାଡି ବିସର୍ଜନ କରିଦିଆଯିବା ଘଟଣାକୁ ନେଇ ହିନ୍ଦୁ ତଥା ପୂଜା କମିଟି ସଦସ୍ୟମାନଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି ।
Subscribe to:
Post Comments (Atom)
No comments:
Post a Comment