Friday, September 21, 2018

ଗୋମାତାକୁ ବଞ୍ଚାଇବାକୁ ଯାଇ ଚାଷୀ ମୃତ


ତଲସରା, ୨୧ ।୯  : ସୁନ୍ଦରଗଡ ରାଜସ୍ୱ ଜିଲ୍ଲା ଅଧିନରେ ଥିବା ବାଲିଶଙ୍କରା ବ୍ଲକର କଛର ଘୋର ଗ୍ରାମରେ ରହୁଥିବା ଦିବ୍ୟଲୋଚନ ଓରାମ (୫୫) ନାମକ ଜଣେ ଚାଷୀ ଗତକାଲି ନିଜ ବଳଦ ନେଇ ଚାଷ ଜମିକୁ ଯାଉଥିବାବେଳେ ଚାଷ ଜମିରେ ଛିଣ୍ଡିକରି ପଡିଥିବା ଏକ ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସି ବଳଦଟି ଛଟପଟ ହେଉଥିବା ଦେଖି ଦିବ୍ୟଲୋଚନ ବଳଦକୁ ବଞ୍ଚାଇବାର ଚେଷ୍ଟା କରିବା ବେଳେ ସେ ମଧ୍ୟ ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସିଯାଇଥିଲେ  । ଫଳରେ ଘଟଣାସ୍ଥଳରେ ଉଭୟ ବଳଦ ଏବଂ ଚାଷୀ ଦିବ୍ୟଲୋଚନଙ୍କର ମୃତ୍ୟୁ ହୋଇଯାଇଥିଲା । ଏସମ୍ବନ୍ଧରେ ଖବର ପାଇ ପୋଲିସ ପହଞ୍ôଚ ମୃତ ଦିବ୍ୟଲୋଚନଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି  ।

Thursday, September 20, 2018

ଗଣେଶ ମୂର୍ତ୍ତି ଉପରକୁ ପଥର ଫିଙ୍ଗା ଘଟଣା ୫ ଗିରଫ, ଅନ୍ୟମାନଙ୍କୁ ଗିରଫ ଦାବିରେ କୁତ୍ରା ଦୋକାନ ବଜାର ବନ୍ଦ

ଗଣେଶ ମୂର୍ତ୍ତି ଉପରକୁ ପଥର ଫିଙ୍ଗା ଘଟଣା ୫ ଗିରଫ, ଅନ୍ୟମାନଙ୍କୁ ଗିରଫ ଦାବିରେ କୁତ୍ରା ଦୋକାନ ବଜାର ବନ୍ଦ
କୁତ୍ରା, ୨୦ ।୯  : ଗତ ୩ ଦିନ ତଳେ କୁତ୍ରା ଥାନା ଅଞ୍ଚଳରେ ଥିବା ଖତକୁରବାହାଲ ଗ୍ରାମର ମାଲିପଡାଠାରେ ହେଉଥିବା ଗଣେଶ ମୂର୍ତ୍ତି ବିସର୍ଜନବେଳେ ଗଣେଶଙ୍କ ଉପରକୁ ପଥରଫିଙ୍କା ଘଟଣାକୁ ନେଇ ଥାନାରେ ପ୍ରାୟ ୧୭/୧୮ ଜଣଙ୍କ ନାମରେ କେସ ଦାଏଣ ହୋଇଥିବାବେଳେ ପୋଲିସ ଗତ ମଙ୍ଗଳବାର ଦିନ ୫ ଜଣଙ୍କୁ ଗିରଫ କରିଥିଲା  । ତେବେ ଅନ୍ୟ ଦୋଷୀମାନଙ୍କୁ ଗିରଫ କରିବା ଦାବିରେ ଅଞ୍ଚଳବାସୀମାନେ ଗତକାଲି ବିକ୍ଷୋଭ କରିବା ସହିତ ରାଜ୍ୟ ରାଜପଥ -୧୦ କଡରେ ଥିବା କୁତ୍ରାର ସମସ୍ତ ଦୋକାନ ବଜାରକୁ ବନ୍ଦ କରିଥିଲେ  । ଏଠାରେ ସୂଚନା ଯୋଗ୍ୟ କି ଦୋଷୀମାନଙ୍କୁ ନେଇ ୨୧-୯- ୧୮ରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସୁନ୍ଦରଗଡ ବନ୍ଦ ପାଇଁ ମଧ୍ୟ ଧମକ ଦିଆଯାଇଥିଲା  ।

Tuesday, September 18, 2018

ଗଣେଶ ମୂର୍ତ୍ତି ଉପରକୁ ପଥର ଫିଙ୍ଗାକୁ ନେଇ ଉତ୍ତେଜନା


କୁତ୍ରା, ୧୮ ।୯  : ସୁନ୍ଦରଗଡ ପୋଲିସ ଜିଲ୍ଲା ଅଧିନରେ ଥିବା କୁତ୍ରା ଥାନା ଅଞ୍ଚଳର ଖତକୁରବାହାଲ ଠାରେ ଥିବା ମାଲିପଡାର କେତେକ ଯୁବକ ଗତକାଲି ଗଣେଶ ମୂର୍ତ୍ତିକୁ ନେଇ ଶୋଭାଯାତ୍ରାରେ ବିସର୍ଜନ ପାଇଁ ଠାକୁରପଡାରେ ଥିବା ଏକ ଖାଦନକୁ ଯାଉଥିବାବେଳେ ମାଲିପଡାରେ ଥିବା କେତେକ ମୁସଲମାନ ପରିବାରଙ୍କ ଘର ଆଗରେ ମୂର୍ତ୍ତି ତଥା ଯାଉଥିବାବେଳେ ହଠାତ୍‍ କେଉଁଆଡୁ ପଥର ମାନ ଆସି ମୂର୍ତ୍ତି ଦେହରେ ବାଜିଥିଲା  । ଫଳରେ ମୂର୍ତ୍ତିର କେତେକ ଜାଗାରେ ଫଟା ଦାଗ ସୃଷ୍ଟି ହୋଇଥିଲା ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା  । ଗଣେଶ ମୂର୍ତ୍ତି ଉପରକୁ ପଥର ଫିଙ୍ଗା ଯିବା ଘଟଣା ସମ୍ବନ୍ଧରେ ଖବର ପାଇ ଝାରବେଡା, ଠାକୁରପଡା, ମାଲିପଡା ଏବଂ ମରଗକୁଡା ଆଦି ଗ୍ରାମରୁ ଲୋକମାନେ ପହଞ୍ôଚ ବିରୋଧ କରିଥିଲେ  । ଏସମ୍ବନ୍ଧରେ ଖବର ପାଇ ପୋଲିସବାହିନୀ ମଧ୍ୟ ଗ୍ରାମରେ ପହଞ୍ôଛ ଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ  । ଆଜି ସକାଳେ ଏନେଇ ମାଲିପଡା ଗଣେଶ ପୂଜା କମିଟି ପକ୍ଷରୁ ଗଣେଶ ମୂର୍ତ୍ତି ଭଙ୍ଗାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ କୁତ୍ରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବାବେଳେ ଅପରପଟେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ରାଜଗାଙ୍ଗପୁର ଶାଖା ପକ୍ଷରୁ ଆସନ୍ତା ୨୦ ତାରିଖ ମଧ୍ୟରେ ଦୋଷୀମାନଙ୍କୁ ଗିରଫ କରାନଗଲେ ୨୧ ତାରିଖରେ ସୁନ୍ଦରଗଡ ବନ୍ଦ କରିବା ପାଇଁ ଦାବି କରି ପୋଲିସ ପ୍ରଶାସନକୁ ଏକ ସ୍ମାରକପତ୍ର ଦିଆଯାଇଥିବା ଜଣାପଡିଛି  । ତେବେ ଗତରାତିରେ ଘଟଣା ପରେ ପୋଲିସ ବାହିନୀ ନିଜେ ଭଙ୍ଗା ଅଟୋକୁ ଠେଲି ଠେଲି ନେଇ ଏକ ପୋଲ ଉପରୁ ଗଣେଶଙ୍କ ମୂର୍ତ୍ତିକୁ ତଳକୁ ଫୋପାଡି ବିସର୍ଜନ କରିଦିଆଯିବା ଘଟଣାକୁ ନେଇ ହିନ୍ଦୁ ତଥା ପୂଜା କମିଟି ସଦସ୍ୟମାନଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି  ।